ମୋ ଗାଁ ମନ୍ଦିର - ହରିଶ୍ଚନ୍ଦ୍ର ହେମ୍ବ୍ରମ୍




ଗାଁ ମୁଣ୍ଡରେ ଅଛି ଆମ ଶିବ ମନ୍ଦିର

ନିତି ପୂଜା ପାଆନ୍ତି ଭୋଳା ଶଙ୍କର 

ତାଙ୍କ ପୂଜା ପୀଠ ଅଟେ ଭାରି ସୁନ୍ଦର

ଭରିଯାଏ ସବୁରି ମନ ଆଧ୍ୟାତ୍ମିକତାର ।


ମହକି ଉଠେ ଧୂପ ଦୀପର ସୁଗନ୍ଧ ବାସ

ମନରେ ଭରି ଯାଏ କେତେ ଦିବ୍ୟ ସାହାସ

ଘଣ୍ଟା ଘଣ୍ଟି ଶବଦରେ ମିଳେ ଶାନ୍ତି ପରସ

ଦୁଃଖିର ମୁହଁରେ ଫେରିପାରେ ପୁଣି ସ୍ମିତହସ ।


ପୂର୍ଣ୍ଣ ହୁଏ ଏଠି ସବୁରି ମନଷ୍କାମନା

ସୁମରିଲେ ଦୂର ହୁଏ ସବୁ ଦୁଃଖ ବେଦନା

ମିଳଇ ସଭିଙ୍କୁ ଏଠି ନୂଆ ଦିବ୍ୟ ଚେତନା

ନ ଥାଏ ଏଠି କାହାରିକୁ ପୂଜା କରିବା ମନା ।


ବିପଦେ ଆପଦେ ସାହା ଆମ ଶିବଶଙ୍କର

ତାଙ୍କ ଲାଗି ହସି ଉଠେ ଆମ ପରିବାର

ତାଙ୍କ ଲାଗି ପାଳୁ ଆମେ ମହା ଜାଗର

ଧନ୍ୟ ଆମ ମହାଦେବ ଆମ ଗାଁ ମନ୍ଦିର ।


ହରିଶ୍ଚନ୍ଦ୍ର ହେମ୍ବ୍ରମ୍

ସା:- ଡିଙ୍ଗିରା , ପୋ:- ବର୍ତ୍ତନା

ଭାୟା :- ବେତନଟୀ , ଜିଲ୍ଲା :- ମୟୂରଭଞ୍ଜ

ଭ୍ରାମ୍ୟଭାଷ :-୭୦୦୮୫୪୮୩୩୭

Post a Comment

0 Comments